Badhi Badhi Jaye Prema ft. Aseema Panda Lyrics
- Genre:Electronic
- Year of Release:2024
Lyrics
ଯେବେ ଠୁ ହେଇଚି ପ୍ରେମ ପାଇଛି ମୁ ନୂଆ ଜନ୍ମ
କରିଥିଲି କେଉଁ ପୁଣ୍ୟ ଜୀବନ ହେଲା ମୋ ଧନ୍ୟ ପାରୁନାହିଁ ସୁଝି ତୋର ଋଣ
ମୋର ବଢି ବଢି ଯାଏ ପ୍ରେମ ତୋ ପାଇଁ ସାଥି ବଢି ବଢି ଯାଏ ପ୍ରେମ
ମୋର ବଢି ବଢି ଯାଏ ପ୍ରେମ ତୋ ପାଇଁ ସାଥି ବଢି ବଢି ଯାଏ ପ୍ରେମ
ନୂଆ ନୂଆ ଲାଗେ ଅଚିନ୍ହା ପୃଥିବୀ ଅଚିନ୍ହା ଲଗେରେ ବାଟ ,
ଯଉ ବାଟେ ଯାଏ ଯଉ ବାଟେ ଫେରେ ତସହ ହୁଏ ରେ ଭେଟ
ଦିନ ସବୁ ଲାଗେ ଫଗୁଣ ଫଗୁଣ ରାତିରେ ଶ୍ରାବଣ ଫେରେ ,
ଅଫେରା ଦେଶରେ ପାଦ ମୋ ଦେଇଚି ପ୍ରେମରେ ପଡିଲା ପରେ
ଯେବେ ଠୁ ହେଇଚୁ ଚିନ୍ହା କାନ୍ଦିବା ହେଇଚି ମନା ,
ତତେ ପାଇ ହେଲି ଧନ୍ୟ, ମାଟି ମୁ ଛୁଇଁ ଲେ ସୁନା ତୁ ମୋର ମାନ ସ୍ୱାଭିମାନ
ମୋର ବଢି ବଢି ଯାଏ ପ୍ରେମ ତୋ ପାଇଁ ସାଥି ବଢି ବଢି ଯାଏ ପ୍ରେମ
ମୋର ବଢି ବଢି ଯାଏ ପ୍ରେମ ତୋ ପାଇଁ ସାଥି ବଢି ବଢି ଯାଏ ପ୍ରେମ
ଦାମୀ ଦାମୀ ଲାଗେ ମାମୁଲି ଜୀବନ ଯେବେଠୁ ହେଇଚି ପ୍ରେମ
ପାପୁଲି ରେଖା ସେ ପୁନେଇ ର ଚାନ୍ଦ ସତ ସତ ଲାଗେ ସ୍ବପ୍ନ
ଆଇ ମା କାହାଣୀ ସତ ହେଲା ଆଜି ପାଖରେ ତତେ ମୁ ପାଇ,
ତତେ ପାଇଗଲି ରଜ ହେଇଗଲି ଆଉକିଛି ଲୋଡ଼ା ନାହିଁ ,
ଯେବେ ଠୁ ଦେଇଚି ମନ ସୁନେଲି ଲାଗୁଚି ଦିନ
ଦେଇଚୁ ଯେତିକି ପ୍ରେମ କିବା ଦେବି ପ୍ରତି ଦାନ
ତତେ ପାଇ ହେଲି ମୁଁ ପରିପୂର୍ଣ
ମୋର ବଢି ବଢି ଯାଏ ପ୍ରେମ ତୋ ପାଇଁ ସାଥି ବଢି ବଢି ଯାଏ ପ୍ରେମ
ମୋର ବଢି ବଢି ଯାଏ ପ୍ରେମ ତୋ ପାଇଁ ସାଥି ବଢି ବଢି ଯାଏ ପ୍ରେମ